Categories: ଜାତୀୟ

ସୁପ୍ରିମ୍‌କୋର୍ଟର ୪ ବିଚାରପତି ନେଲେ ଶପଥ: ଆସନ୍ତା ମାସଠାରୁ ଜଣିକିଆ ଖଣ୍ଡପୀଠରେ ବିଚାର ହେବା ସମ୍ଭାବନା

ନୂଆଦିଲ୍ଲୀ, ୨୩।୯: ସୁପ୍ରିମ୍‌କୋର୍ଟର ୪ ନୂଆ ବିଚାରପତି ସୋମବାର ଶପଥ ନେଇଛନ୍ତି। ଏହାଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ବିଚାରପତି ହିମାଚଳପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଭି. ରାମସୁବ୍ରମଣ୍ୟନ୍‌, ପଞ୍ଜାବ ହରିୟାଣା ହାଇକୋର୍ଟ ମୁଖ୍ୟ ବିଚାରପତି କୃଷ୍ଣ ମୁରାରୀ, ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌.ରବୀନ୍ଦ୍ର ଭଟ୍ଟ ଏବଂ କେରଳ ହାଇକୋର୍ଟ ମୁଖ୍ୟ ବିଚାରପତି ହୃଷିକେଶ ରାୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ଏଣିକି ଆସନ୍ତା ମାସଠାରୁ ଜଣିକିଆ ଖଣ୍ଡପୀଠରେ ବିଭିନ୍ନ ମାମଲାର ବିଚାର କରାଯିବାର ସମ୍ଭାବନା ବୃଦ୍ଧି ପାଇଛି। ଏହାଦ୍ୱାରା ପଡ଼ି ରହିଥିବା ମାମଲାର ବିଚାର ଶୀଘ୍ର ହୋଇପାରିବ। ଏପରି ହେଲେ ୪୦ ବର୍ଷ ପରେ ପୁଣି ଥରେ ସୁପ୍ରିମ୍‌କୋର୍ଟରେ ଜଣିକିଆ ଖଣ୍ଡପୀଠରେ ମାମଲାର ଫଇସଲା ଆରମ୍ଭ ହେବ।

Share