Categories: ଜାତୀୟ

ସୁପ୍ରିମ୍‌କୋର୍ଟର ୬ ବିଚାରପତିଙ୍କୁ ସ୍ବାଇନ୍‌ ଫ୍ଲୁ: ମାସ୍କ୍‌ ପିନ୍ଧି ଶୁଣାଣି

ନୂଆଦିଲ୍ଲୀ,୨୫।୨: ସୁପ୍ରିମ୍‌କୋର୍ଟର ୬ ଜଣ ବିଚାରପତି ସ୍ବାଇନ୍‌ ଫ୍ଲୁ(ଏଚ୍‌-୧ଏନ୍‌-୧)ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ପାଇଁ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ଏକ ବୈଠକ ଡକାଇଥିଲେ। କିଭଳି ବିଚାରପତିଙ୍କ ଚିକିତ୍ସା ଠିକ ଭାବେ କରାଯିବ ସେ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏନେଇ ସେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ସ୍ବାଇନ ଫ୍ଲୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସେହିପରି କୋର୍ଟ ନମ୍ବର-୨ରେ ବିଚାରପତି ସଞ୍ଜିବ ଖାନ୍ନା ମାସ୍କ୍‌ ପିନ୍ଧି ଶୁଣାଣି କରିଥିଲେ। ସୂଚନାଯୋଗ୍ୟ, କୋର୍ଟର ସମସ୍ତ କର୍ମଚାରୀଙ୍କୁ ପ୍ରତିଷେଧକ ଟୀକା ଦେବା ଉପରେ ପ୍ରଶାସନ ଚିନ୍ତା କରୁଥିବା କୁହାଯାଉଛି।

Share