Categories: ଜାତୀୟ

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆର୍‌ଟିଆଇ ପରିସରଭୁକ୍ତ ହେବ

ନୂଆଦିଲ୍ଲୀ,୧୩।୧୧: ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର (ଆର୍‌ଟିଆଇ) ପରିସର ଭୁକ୍ତ ହେବ। ଏନେଇ ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ତେବେ ଏଥିରେ କେତେକ ସର୍ତ୍ତ ରହିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ପକ୍ଷରୁ ଏହି ରାୟ ଦିଆଯାଇଛି। ଖଣ୍ଡପୀଠରେ ବିଚାରପତି ଜେ.ଖାନ୍ନା, ଡି.ଓ୍ବାଇ ଚନ୍ଦ୍ରଚୂଡ଼, ରମ୍ମନା ବାଲି ଏବଂ ବିଚାରପତି ଦୀପକ ଗୁପ୍ତା ପ୍ରଧାନ ବିଚାରପତିଙ୍କ ସହିତ ମିଳିତ ହୋଇ ସମ୍ବିଧାନର ଅନୁଚ୍ଛେଦ ୧୨୪ ଅନ୍ତର୍ଗତ ଏହି ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ  ଦିଲ୍ଲୀ ହାଇକୋର୍ଟଙ୍କ ୨୦୧୦ ରାୟକୁ କାଏମ୍‌ ରଖିଛନ୍ତି। ଏହାଦ୍ୱାରା ଏଣିକି ସୁପ୍ରିମ୍‌କୋର୍ଟ କୋଲେଜିୟମ୍‌ ନିଷ୍ପତ୍ତି ଓ୍ବେବସାଇଟ୍‌ରେ ଅପଲୋଡ୍‌ କରାଯିବ। ତେବେ ଆର୍‌ଟିଆଇର ଉପଯୋଗ ଗୁପ୍ତଚର କାର୍ଯ୍ୟ ପାଇଁ କରାଯିବ ନାହିଁ ବୋଲି ରାୟ ପଢ଼ିବା ସମୟରେ ବିଚାରପତି ରମ୍ମନା ସୂଚିତ କରିଛନ୍ତି।

Share