Categories: ଜାତୀୟ

ସୁପ୍ରିମ୍‌କୋର୍ଟ ରାୟକୁ ସ୍ବାଗତ କଲେ ରାହୁଲ-ପ୍ରିୟଙ୍କା-ସୁରଜଓ୍ବାଲା

ନୂଆଦିଲ୍ଲୀ,୯।୧୧: ଐତିହାସିକ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରେ ଏହାକୁ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସ୍ବାଗତ କରିଛନ୍ତି। ଏହା ଦ୍ୱାରା ଦେଶରେ ଏକତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ସେହିପରି ସୁପ୍ରିମ୍‌କୋର୍ଟ ରାୟକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସ୍ବାଗତ ଜଣାଇଛନ୍ତି। ଏହାକୁ ଦେଶର ସମସ୍ତ ବର୍ଗର ଲୋକେ ସମ୍ମାନ ଜଣାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁରଜଓ୍ବାଲା କହିଛନ୍ତି ଯେ,ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଏହି ରାୟ ପ୍ରକାଶ ପାଇବା ପରେ ସବୁଦିନ ପାଇଁ ଏହି ପ୍ରସଙ୍ଗ ଉପରେ ରାଜନୀତି ବନ୍ଦ ହୋଇ ଯାଇଛି। ଏହାର ସକାରାତ୍ମକ ପ୍ରଭାବ ଦେଶବାସୀଙ୍କ ଉପରେ ପଡ଼ିବ ବୋଲି ସେ କହିଛନ୍ତି।

Share