Advertisement

ସୁବର୍ଣ୍ଣପୁରରେ କାଳବୈଶାଖୀ: ସଦର ମହକୁମାରେ ଭାଙ୍ଗିଲା ୪୦ଟି ବିଦ୍ୟୁତ ଖୁଣ୍ଟ

ସୋନପୁର,୬।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ରାତି ପ୍ରାୟ ୧୧ଟାରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଥିଲା। ଏଥିରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିପଡ଼ିଥିବା ବେଳେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। କେବଳ ଜିଲା ସଦର ମହକୁମାରେ ୪୦ଟି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଥିବା ଜଣାପଡ଼ିଛି। କଚେରି ଛକ, ଏସ୍‌ପିଙ୍କ ବାସଭବନ ସମ୍ମୁଖ, ସୋନପୁର କଲେଜ, ନଳିନୀ ଛକ, ବ୍ଲକ ଛକ ଓ ମଙ୍ଗଳବାର ବଜାରରେ ବଡ଼ ଗଛ ଭାଙ୍ଗି ଯାଇଛି। ଏଥିରେ ପନିପରିବା, ଆମ୍ବ ଚାଷୀ ଅଧିକ କ୍ଷତିଗ୍ରସ୍ତ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel