ସୁବର୍ଣ୍ଣରେଖା ଫେରିଘାଟରେ ନୌବିହାର

ଭୋଗରାଇ, ୧୩।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଆରୁହାବୃତ୍ତି ଉ.ପ୍ରା. ବିଦ୍ୟାଳୟ ପଡ଼ିଆରେ ୩ଦିନ ବ୍ୟାପୀ ଚାଲିଥିବା ପିପିଲି-ସାହାବନ୍ଦର ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉତ୍କଳୀୟ ପରମ୍ପରା ଓ ଓଡ଼ିଆ ସାଧବ ପୁଅର ଗୌରବମୟ ଗାଥାକୁ ମନେ ପକାଇ ଆଗାମୀ ପିଢ଼ି ଆଗକୁ ଅଗ୍ରସର ହୁଅନ୍ତୁ ବୋଲି ବହୁ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଆରୁହାବୃତ୍ତି ୧ନଂ. ଗ୍ରାମ ସହ ଆଖପାଖ ଗ୍ରାମରୁ ଦୁଇଶହରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ବାହାରି ଦହମୁଣ୍ଡା ସୁବର୍ଣ୍ଣରେଖା ଫେରିଘାଟରେ ପହଞ୍ଚତ୍ ସୁସଜ୍ଜିତ ଡଙ୍ଗାରେ ବସି ଦୁଇ କି.ମି. ନୌବିହାର ପରିକ୍ରମା କରି ମନୁନଗରଠାରେ ପହଞ୍ଚତ୍ଥିଲେ। ସେଠାରେ ନୌବିହାରରେ ଆସିଥିବା ଅତିଥିମାନଙ୍କୁ ଫୁଲ ଚନ୍ଦନ, ଶଙ୍ଖ ହୁଳହୁଳି, ସାହାନାଇ ବାଦ୍ୟ, ଆତସବାଜିରେ ମହିଳାମାନେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରି ପାଛୋଟି ନେଇଥିଲେ। ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ବହୁ ବିଶିଷ୍ଟ ଅତିଥିମାନେ ଯୋଗଦେଇଥିଲେ। ସ୍ତମ୍ଭକାର ସତ୍ୟଶିବ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଡ.ମଧୁମିତା ଦାସ, ମୁଖ୍ୟବକ୍ତା ଗାଳ୍ପିକ ପ୍ରଶାନ୍ତ କୁମାର ଦାସ ଯୋଗ ଦେଇଥିଲେ।