ସୁବର୍ଣ୍ଣରେଖା ବାଲିସୈରାତ ଅନୁଧ୍ୟାନ କଲେ ଏନଜିଟି, ଇଏନଭି ଟିମ୍‌

ଜଳେଶ୍ୱର, ୪।୧୨(ଡି.ଏନ.ଏ./ସ୍ବ.ପ୍ର)-ଓଡ଼ିଶା ଓ ପଶ୍ଚିମବଙ୍ଗର ସୀମାରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଲୁଟ୍‌ ଘଟଣା ଥମିବାର ନାଁ ଧରୁ ନାହିଁ। ପଶ୍ଚିମବଙ୍ଗ ମାଫିଆମାନେ ନାଲି ଆଖି ଦେଖାଇ ନୌକାରେ ଶକ୍ତିଶାଳୀ ସ୍ବମ୍ପପମ୍ପ ବ୍ୟବହାର କରି ବାଲି ଲୁଟ୍‌ କରିବାକୁ ପଛାଉନାହାନ୍ତି। ଓଡ଼ିଶା ପୋଲିସ ଓ ପ୍ରଶାସନ ଉପରେ ବାଲି ମାଫିଆମାନେ ଆକ୍ରମଣ କରିବା ଭଳି ଘଟଣା ଅତୀତରେ ଘଟିଛି। ସୁବର୍ଣ୍ଣରେଖାରୁ ଅବାଧ ଓ ବେଆଇନ ବାଲି ଚାଲାଣ ଯୋଗୁ କୂଳକ୍ଷୟ ଘଟି ଓଡିଶା ପ୍ରତି ବିପଦ ସୃଷ୍ଟି କରିଚାଲିଛି। ଏହି ପରିପ୍ରେକ୍ଷୀରେ ଆନ୍ତଃରାଜ୍ୟ ସୀମା ବିବାଦ ପରିସ୍ଥିତିକୁ ଅଧିକ ଜଟିଳ ରୂପ ଦେଇଛି। ସୁବର୍ଣ୍ଣରେଖା ନଦୀର ବାଲି ସୌରାତରୁ ବେଆଇନ ବାଲି ଉତ୍ତୋଳନ ଓ ସୀମା ବିବାଦ ନେଇ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ମାମଲା ରୁଜୁ ହୋଇ ବିଚାରାଧୀନ ଥିବା ବେଳେ ମଙ୍ଗଳବାର ହାଇଦ୍ରାବାଦରୁ ଆସିଥିବା ୬ଜଣିଆ କେନ୍ଦ୍ରୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଓ ଇଏନ୍‌ଭି ଟିମ୍‌ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ପହଞ୍ଚି ଦୁଇ ରାଜ୍ୟର ପଦାଧିକାରୀଙ୍କ ଉପସ୍ଥିତିରେ ନଦୀ ତଟବର୍ତ୍ତୀ ବାଲି ସୈରାତଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏନଜିଟି କମିଟିର ଏହି ଅନୁଧ୍ୟାନ ଓ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।
ଏନ୍‌ଜିଟି ଟିମ୍‌ର ସଦସ୍ୟମାନେ ଆସି ପହଞ୍ଚିବା ପରେ ବିବାଦୀୟ ବାଲି ସୈରାତ ନିକଟକୁ ଯାଇ ଅନୁଧ୍ୟାନ କରିଥିଲେ। ଏହି ଟିମ୍‌ରେ କେତେକ ପରିବେଶବିତ୍‌ ରହିଥିଲେ। ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ ନୀଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ ସମ୍ବିତ୍‌ ନାୟକ, ଜଳେଶ୍ୱର ଅତିରିକ୍ତ ତହସିଲଦାର କ୍ଷୀରୋଦ ଚନ୍ଦ୍ର ପଣ୍ଡା, ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ସିଂହ, ବନାଞ୍ଚଳ ଅଧିକାରୀ ଦେବେନ୍ଦ୍ର ପାତ୍ର, ସହ ବନାଞ୍ଚଳ ଅଧିକାରୀ ସମୀର କୁମାର ସାହୁ, ଜିଲା ମତ୍ସ୍ୟ ଅଧିକାରୀ ରବିନାରାୟଣ ପଣ୍ଡା, ସହ ଅଧିକାରୀ ମହମ୍ମଦ ଫିରୋଜ, ଜଳେଶ୍ୱର ଏସ୍‌ଡିପିଓ ଉମେଶ ପଣ୍ଡା, ଜଳେଶ୍ୱର ଆଇଆଇସି ପ୍ରଦୀପ ମାଝି ଉପସ୍ଥିତ ଥିଲେ। ସେହିପରି ପଶ୍ଚିମବଙ୍ଗ ମେଦିନିପୁର ଜିଲାର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ଙ୍କ ସମେତ ବହୁ ପଦାଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ। ଉଲ୍ଲେଖନୀୟ ଯେ, ଏନ୍‌ଜିଟିରେ ଏନେଇ ମାମଲା ରୁଜୁ ହେବା ପରେ ଏହାର ବିଚାର ଆରମ୍ଭ ହୋଇ ବେଆଇନ ବାଲି ଚାଲାଣ ରୋକିବାକୁ ପ୍ରଶାସନକୁ ତାଗିଦ୍‌ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସରଜମିନ ତଦନ୍ତ ଲାଗି ଏନ୍‌ଜିଟି ଏକ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଓ ପ୍ରଶାସନ ଆଖିରେ ଧୂଳି ଦେଇ ଚୋରା ବେପାରୀମାନେ ସ୍ବମ୍ପପମ୍ପ ଦ୍ୱାରା ନଦୀର ବହୁ ଗଭୀରରୁ ବାଲି ଉତ୍ତୋଳନ କରି ଏହାକୁ ଚାଲାଣ କରୁଥିବାରୁ ନଦୀତଟରେ ମୃତ୍ତିକା କ୍ଷୟ ସାଙ୍ଗକୁ ଜଙ୍ଗଲ ଓ ମତ୍ସ୍ୟ ସମ୍ପଦ କ୍ରମେ ଲୋପ ପାଇବାକୁ ବସିଛି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ବାଲିମାଫିଆଙ୍କ ଆକ୍ରୋଶର ଶିକାର ହୋଇ ଆସୁଛନ୍ତି। ଏନଜିଟି ଟିମ୍‌ର ଗସ୍ତ ପରେ ଏଭଳି ଆନ୍ତଃରାଜ୍ୟ ସମସ୍ୟାର ସମାଧାନ ପାଇଁ ବାଟ ଫିଟିବ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri