ପରଲୋକରେ ବିଜେଡି ନେତା ସୁବାସ ଚୌହାନ

ଭୁବନେଶ୍ୱର/ ବରଗଡ ଅଫିସ, ୧୦।୫:(ବ୍ୟୁରୋ)-  ପରଲୋକରେ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁବାସ ଚୌହାନ। ଶନିବାର ବିଳମ୍ବିତ ରାତି ୩ଟା ୫ ମିନିଟ୍‌ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ତେବେ ସେ ଲିଭର(ଯକୃତ) କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଅସୁସ୍ଥତା ନେଇ ଏପ୍ରିଲ ୩୦ ତାରିଖରୁ ସେ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।
ତେବେ ୧୯୬୬ ଜନ୍ମିତ ସୁବାସ ପ୍ରାରମ୍ଭିକ ସମୟରେ ଆର୍‌ଏସ୍‌ଏସ୍‌ ଓ ବଜରଙ୍ଗ ଦଳରେ ସେ ଯୋଗଦେଇଥିବା ବେଳେ ପରେ ଭାଜପା ସହ ଜଡ଼ିତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନ ସମୟରେ ସେ ଭାଜପା ହାତ ଛାଡ଼ି ବିଜେଡିରେ ଯୋଗଦେଇଥିଲେ। ୨୦୧୯ ସେପ୍ଟେମ୍ବରରେ ତାଙ୍କୁ ଡବ୍ଲୁଓଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଏପରିକି ସେ ଦଳ ପକ୍ଷରୁ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଏବଂ ସମ୍ବଲପୁର ଜିଲା ପାଇଁ ସାଧାରଣ ସମ୍ପାଦକ ମଧ୍ୟ ଥିଲେ। ସେ ୨୦୧୪ ଲୋକ ସଭା ନିର୍ବାଚନରେ ବରଗଡ଼ ଲୋକ ସଭା କ୍ଷେତ୍ରରୁ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ହେଁ ଖୁବ୍‌ କମ୍‌ ବ୍ୟବଧାନରେ ହାରି ଯାଇଥିଲେ। ପରେ ତାଙ୍କୁ ୨୦୧୯ରେ ଭାଜପା ଟିକେଟ ଦେଇ ନ ଥିଲା। ଯାହାକୁ ନେଇ ସେ ବିଜେଡିରେ ଯୋଗଦେଇଥିଲେ।

Share