Categories: ବାଣିଜ୍ୟ

ସୁବ୍ରମଣ୍ୟନ୍‌ଙ୍କ ଅଭିଯୋଗକୁ ଇଏସିଙ୍କ ଖଣ୍ଡନ

ନୂଆଦିଲ୍ଲୀ,୨୦।୬:  ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ଉପଦେଷ୍ଟା କମିଟି(ଇଏସି-ପିଏମ୍‌) ବୁଧବାର ପୂର୍ବତନ ମୁଖ୍ୟ ଆର୍ଥିକ ଉପଦେଷ୍ଟା(ସିଇଏ) ଅରବିନ୍ଦ ସୁବ୍ରମଣ୍ୟନ୍‌ଙ୍କ ଜିଡିପି ଡାଟାକୁ ନେଇ ଉଠାଇଥିବା ବିବାଦକୁ ଖଣ୍ଡନ କରିଛନ୍ତି। ଇଏସି-ପିଏମ୍‌ଙ୍କ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଦେଶର ଜିଡିପି ଆକଳନ ପଦ୍ଧତି ଏକ ଉତ୍ତରଦାୟୀ, ସ୍ବଚ୍ଛ ଏବଂ ସୁବ୍ୟବସ୍ଥିତ ରୂପରେ ବିଶ୍ୱରେ ପ୍ରଚଳିତ ମାନଦଣ୍ଡ ଅନୁଯାୟୀ କରାଯାଉଛି। ଇଏସି ପକ୍ଷରୁ ‘ଭାରତରେ ଜିଡିପି ଆକଳନ-ପରିଦୃଶ୍ୟ ଏବଂ ତଥ୍ୟ’ ଶୀର୍ଷକରେ ଏକ ବିସ୍ତାରିତ ତଥ୍ୟ ଜାରି କରାଯାଇ ସୁବ୍ରମଣ୍ୟନଙ୍କ ସମ୍ପୂର୍ଣ୍ଣ ରିପୋର୍ଟକୁ ପ୍ରତ୍ୟେକ ବିନ୍ଦୁ ଅନୁସାରେ ଖଣ୍ଡନ କରାଯାଇଛି। ନିଜର ସଦ୍ୟତମ ରିପୋର୍ଟରେ ସୁବ୍ରମଣ୍ୟନ କହିଥିଲେ ଯେ, ୨୦୧୧-୧୨ରୁ ୨୦୧୬-୧୭ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧିକୁ ସମ୍ଭବତଃ ୨.୫% ବଢ଼ାଇ ଦର୍ଶାଯାଇଛି।

Share