ସୁମିତା ସର୍କାର ହେଲେ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକ

ଭୁବନେଶ୍ବର,୨୭ା୯(ବ୍ୟୁରୋ):କଟକ ମହାନଗର ନିଗମ(ସିଏମ୍‌ସି) ଅତିରିକ୍ତ କମିଶନର ତଥା ବରିଷ୍ଠ ଓଏଏସ୍‌ ଅଧିକାରୀ ସୁମିତା ସର୍କାରଙ୍କୁ କଟକ ସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ତଥା ବରିଷ୍ଠ ଓଏଏସ୍‌ ଶ୍ରୀକାନ୍ତ ତରାଇଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ। ସେହିପରି ବରିଷ୍ଠ ଓଏଏସ୍‌ ରେଣୁପ୍ରଭା ନାୟକଙ୍କୁ ସମବାୟ ବିଭାଗର ଅତିରିକ୍ତ ସଚିବ ଓ ବରେନ୍ଦ୍ରନାଥ ଧଳଙ୍କୁ କଟକ ସ୍ଥିତ ବୋର୍ଡ ଅଫ ରେଭିନ୍ୟୁର ଉପସଚିବ ଭାବେ ବଦଳି କରାଯାଇଛି।

Share