ବମ୍ବେ: ”ଯଦି ମୋତେ ସୁଯୋଗ ମିଳେ, ମୁଁ ସୁତପାଙ୍କ ପାଇଁ ବଞ୍ଚିବାକୁ ଚାହିଁବି“। ଉକ୍ତିଟି ସ୍ବର୍ଗୀୟ ଅଭିନେତା ଇରଫାନ୍ ଖାନ୍ଙ୍କର। ଏଥିରୁ ଇରଫାନ୍ ସ୍ତ୍ରୀ ସୁତପାଙ୍କ ପାଇଁ ବଞ୍ଚିବାକୁ ଚାହୁଁଥିବା ସ୍ପଷ୍ଟ ଜଣାପଡ଼େ।
ଜୀବନର କଷ୍ଟ ଦିନଗୁଡ଼ିକରେ ସ୍ତ୍ରୀ ସୁତପା ଇରଫାନ୍ଙ୍କର ଦେଖାଶୁଣା କରୁଥିଲେ। ଏହାକୁ ନେଇ ଏକ ସାକ୍ଷାତକାର ସମୟରେ ଇରଫାନ୍ କହିଥିଲେ ନିଜ ମନକଥା। ବିଦେଶରେ ଚିକିତ୍ସା କରାଉଥିବା ସମୟରେ ସୁତପା ମୋର ଦେଖାଶୁଣା କରୁଥିଲେ। ଯଦି ମୋତେ ବଞ୍ଚିବାକୁ ସୁଯୋଗ ମିଳେ ତେବେ ସୁତପାଙ୍କ ପାଇଁ ବଞ୍ଚିବାକୁ ଚାହିଁବି। ସୁତପା ମୋର ବଞ୍ଚିବାର କାରଣ ବୋଲି ସେ କହି ଭାବବିହ୍ବଳ ହୋଇ କହିଥିଲେ।
୧୯୯୫ ମସିହା ଫେବୃୟାରୀ ୨୩ ତାରିଖରେ ସୁତପାଙ୍କ ହାତ ଧରିଥିଲେ ଇରଫାନ୍ । ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମାରେ ଉଭୟ ପାଠ ପଢ଼ୁଥିଲେ। ସୁତପା ପେସାରେ ଜଣେ ଲେଖିକା। ଇରଫାନ୍ ସ୍ତ୍ରୀ ସୁତପାଙ୍କୁ ବହୁତ ଭଲ ପାଉଥିଲେ। ଏବେ ତାଙ୍କର ଦୁଇ ପୁଅ ବାବିଲ, ଅୟାନ ଅଛନ୍ତି। କୋକିଲାବେନ୍ ହସ୍ପିଟାଲରେ ମୃତ୍ୟୁ ସମୟରେ ଇରଫାନ୍ଙ୍କ ପାଖରେ ଦୁଇ ପୁଅ ରହିଥିଲେ।