ଯୋଡ଼ା,୨୦।୭(ଡି.ଏନ୍.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହରର ହୁଡିସାହିଠାରେ ରହୁଥିବା ସୁରକ୍ଷାକର୍ମୀଙ୍କ ସହଯୋଗୀମାନେ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାପଡ଼ିଛି ଯେ, ଏକ ସିକ୍ୟୁରିଟି ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ରାମ୍ ଗତ ଜୁନ୍ ୨୭ ତାରିଖରେ ଏକ ବାଇକ୍ କିଣିଥିଲେ। ଏଥିପାଇଁ ତାଙ୍କ ସହଯୋଗୀମାନେ ମଦ ପିଇବା ପାଇଁ କିଛି ଟଙ୍କା ମାଗିଥିଲେ। ମାତ୍ର ଟଙ୍କା ନ ଦେବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ୨୮ ତାରିଖରେ ବିକ୍ରମ ଥାନାରେ ଅଭିଯୋଗ କରିଥିଲେ। ପୋଲିସ କୌଣସି ପଦକ୍ଷେପ ନ ନେଇ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା କରି ସମାଧାନ କରିଦେଇଥିଲା। ତେବେ ପୁଣି ଜୁଲାଇ୧୭ ତାରିଖରେ ତାଙ୍କ ସହଯୋଗୀମାନେ ପୁନର୍ବାର ଟଙ୍କା ମାଗିଥିଲେ ଏବଂ ଦେଲେ ମାର୍ପିଟ କରିବାର ଧମକ ଦେଇଥିଲେ। ଏନେଇ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।