Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ସଫଳତା: ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୩।୬: ଜମ୍ମୁ-କଶ୍ମୀରର ଅନନ୍ତନାଗ ଏବଂ କୁଲଗାମ୍‌ ଜିଲାରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତିି। କୁଲଗାମ୍‌ର ନିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଶନିବାର ଭୋରରୁ ଜାରି ରହିଥିବା ଜମ୍ମୁ-କଶ୍ମୀର ଜୋନ୍‌ ପୋଲିସ ଟୁଇଟ୍‌ କରି ସୂଚନା ଦେଇଛି। ସୂଚନାଯୋଗ୍ୟ, ପାକିସ୍ତାନ ଲଗାତାର ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଉଦ୍ୟମ କରୁଛି। ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପଟୁ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ ପ୍ରୟାସ ମଧ୍ୟ ଜାରିରଖିଥିବା ଜମ୍ମୁ-କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି।

Share