Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ସଫଳତା: ଜୈଶ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର,୨୨।୧୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ପୁଲଓ୍ବାମା ଜିଲାର ଚଟପୋରା ବୋଲେରା ଅଞ୍ଚଳରୁ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ସଦସ୍ୟ ନସିର ଅହମ୍ମଦ ଡାରଙ୍କୁ ଗିରଫ କରାଯାଇଛି। ସେ ତ୍ରାଲର ବାସିନ୍ଦା ବୋଲି କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି। ନସିରଙ୍କ ପାଖରୁ ଗୋଳାବାରୁଦ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ତାଙ୍କୁ ପଚରା ଉଚରା ଜାରି ରହିଛି। ସୂଚନାଯୋଗ୍ୟ, ଶନିବାର ଅଓ୍ବନ୍ତିପୋରାରୁ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ଦୁଇ ଜଣ ସନ୍ଦିଗ୍ଧଙ୍କୁ ମିଳିତ ସୁରକ୍ଷାକର୍ମୀ ଗିରଫ କରିଥିଲେ।

Share