Categories: ଜାତୀୟ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଲେ ହିଜବୁଲର ଟପ୍‌ କମାଣ୍ଡର

ଶ୍ରୀନଗର,୭।୬: ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ରବିବାର ହୋଇଥିବା ଏନକାଉଣ୍ଟରରେ ୫ଜଣ ଆତଙ୍କବାଦୀ ଟଳିପଡିଛନ୍ତି। ମୃତକଙ୍କ ମଧ୍ୟରେ ପାକ ଆତଙ୍କୀ ସଂଗଠନ ହିଜବୁଲର ଟପ କମାଣ୍ଡର ଫାରୁକ ଅହମଦ ଭଟ୍‌ ଓରଫ ନାଲି ରହିଥିବା ଡିଜି ଦିଲବାଗ ସିଂହ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,
ଜମ୍ମୁ କଶ୍ମୀରର କୁଲଗାମ ଏବଂ ପୁଲୱାମା ଜିଲା ଦାୟିତ୍ୱରେ ଥିଲେ ଫାରୁକ। ରବିବାର ଶୋପିଆନ ଜିଲାର ରେବାନ ଏରିଆରେ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଥିଲା। ଏହାପରେ ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଅପରେସନ କରିଥିଲେ। ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୫ ଆତଙ୍କବାଦୀ ନିହତ ହୋଇଥିଲେ।

Share