Categories: ଜାତୀୟ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୭ ଆତଙ୍କବାଦୀ

ଶ୍ରୀନଗର,୧୯।୬: ଜମ୍ମୁ-କଶ୍ମୀରର ପମ୍ପୋର ଏବଂ ଶୋପିଆନରେ ଶୁକ୍ରବାର ସକାଳୁ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଆତଙ୍କବାଦୀ ଟଳିପଡିଥିବା ସୂଚନା ମିଳିଛି। ଶୋପିଆନ୍‌ରେ ୪ ଏବଂ ପାମ୍ପୋରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଦୁଇ ଅଞ୍ଚଳରେ ବହୁ ସଂଖ୍ୟାରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସେଠାରେ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୋଲିସର ଏକ ଟିମ୍‌ ମିଳିତ ଭାବେ ବଡ ଆତଙ୍କବାଦୀ ଦମନ ଅଭିଯାନ ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ, ଗତ ୧୩ ଦିନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେ ମଧ୍ୟ ସେଠାରେ ସୁରକ୍ଷାକର୍ମୀ ଜଗି ରହିଛନ୍ତି।

Share