ଓଗାଡୋଗୁୁ,୨୫।୧୨: ଉତ୍ତର ବୁର୍କିନା ଫାସୋରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍ରେ ୮୦ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୫ ଜଣ ସାଧାରଣ ଲୋକ ମଧ୍ୟ ନିହତ ହୋଇଥିବା ରାଷ୍ଟ୍ରପତି ରୋଚ୍ ମାର୍କ କାବୋରେ ସୂଚନା ଦେଇଛନ୍ତି। ନିହତ ହୋଇଥିବା ସାଧାରଣ ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସ୍ଥାନୀୟ ପ୍ରଶାସନ କହିଛି। ସୌମ ପ୍ରଦେଶର ଅରବିଣ୍ଡା ସହରର ଏକ ଜନବହୁଳ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେଶନ୍ ସମୟରେ ଏଭଳି ଘଟିଛି। ଆତଙ୍କବାଦୀମାନେ ବ୍ୟବହାର କରୁଥିବା ବହୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସୁରକ୍ଷାକର୍ମୀ ଜବତ କରିଛନ୍ତି। ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବାରୁ ରାଷ୍ଟ୍ରପ୍ରତି କାବୋରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।