Categories: ଜାତୀୟ

ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ଜଣେ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌

ରାୟପୁର,୭।୧୧: ଛତିଶଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ବିଜାପୁର ଜିଲାର ଜେରେପଲ୍ଲୀ ଗାଁ ନିକଟରେ ଥିବା ଜଙ୍ଗଲରେ କିଛି ମାଓବାଦୀ ଲୁଚି ଥିବା ଖବର ପାଇ ସିଆର୍‌ପିଏଫ୍‌ ୧୫୧ ବାଟାଲିୟନ୍‌ ଏବଂ ୨୦୪ କୋବ୍ରା ବାଟାଲିୟନ୍‌ ପକ୍ଷରୁ ମିଳିତ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିଲା। ମାଓବାଦୀଙ୍କୁ ଆତ୍ମସମର୍ପଣ ଲାଗି ସତର୍କ ସୂଚନା ଦିଆଯାଇଥିଲା। ତେବେ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ଯବାନ କାମତା ପ୍ରସାଦଙ୍କ ଦେହରେ ଗୁଳି ଲାଗିଥିଲା। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷିତ କରିଥିଲେ। ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏଠାରେ ସର୍ଚ୍ଚ ଅପରେଶନ ଜାରି ରହିଛି।

Share