ସୁରକ୍ଷା ଉପକରଣ ଯୋଗାଇ ନ ଦେଲେ ଧର୍ମଘଟ କରିବେ ଡାକ୍ତର

ଇସ୍‌ଲାମାବାଦ,୨୧।୩: କୋଭିଡ-୧୯ ଏବେ ସାରା ବିଶ୍ୱକୁ ବ୍ୟାପିସାରିଲାଣି। ପାକିସ୍ତାନରେ ମଧ୍ୟ ଏହା ତା’ର ଉପସ୍ଥିତି ଜାହିର କରିସାରିଛି। ଏବେ କୋଭିଡ-୧୯ ବା କରୋନା ଭାଇରସ ସଂକ୍ରମଣରେ ପାକିସ୍ତାନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲାଣି ୪୯୫ରେ। ଏପରି ସ୍ଥଳେ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟକର୍ମଚାରୀମାନଙ୍କୁ ଉପଯୁକ୍ତ ସୁରକ୍ଷା ଉପକରଣ ନ ଦେଲେ ସେମାନେ ମାର୍ଚ୍ଚ ୨୪ରୁ ଧର୍ମଘଟ କରିବାକୁ ଧମକ ଦେଇଛନ୍ତି। ସେମାନେ ଆଉ ନିଜ ନିଜର ସୁରକ୍ଷା ଉପକରଣ ବ୍ୟବହାର କରିପାରିବେ ନାହିଁ ବୋଲି କହିଛନ୍ତି। ୨୪ ମାର୍ଚ୍ଚରୁ ସବୁ ଓପିଡିକୁ ବନ୍ଦ କରିଦେବାକୁ ଧମକ ଦିଆଯାଇଛି।

Share