Categories: ଖେଳ

ସୁରକ୍ଷା କର୍ମୀଙ୍କ ସହ ନାଚିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୮।୨- ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆରେ ଚାଲିଥିବା ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ରୋମାଞ୍ଚଭରା ମ୍ୟାଚ୍‌କୁ ୩ ରନ୍‌ରେ ଜିତିବା ପରେ ଭାରତୀୟ ଦଳର ସଦସ୍ୟା ଜେମିମା ରୋଡ୍ରିଗୁଏଜ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏନ୍‌ସିଜି)ର ଜଣେ ମହିଳା ସୁରକ୍ଷାକର୍ମୀଙ୍କ ସହ ଡ୍ୟାନ୍ସ କରିଛନ୍ତି। ନିକଟରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ଲବ ଆଜ କଲ’ର ଏକ ହିଟ୍‌ ଗୀତରେ ସେମାନେ ନାଚିଛନ୍ତି। ଏହାର ଭିଡିଓକୁ ଆଇସିସି ସୋସିଆଲ ମିଡିଆରେ ଶେୟାର କରିଛି, ଯାହାକି ଏବେ ଭାଇରାଲ ହୋଇଯାଇଛି। ଏପରି କି ଫିଲ୍ମ ଲବ ଆଜ କଲର ଅଭିନେତା କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି। ମୋ ପସନ୍ଦୀୟ କ୍ରିକେଟର ଜେମି ବିଶ୍ୱକପ୍‌ ନେଇ ଆସିବ। ପପୁଲାର ଡିମାଣ୍ଡ ଅନୁଯାୟୀ, ସୁରକ୍ଷାକର୍ମୀଙ୍କୁ ମଧ୍ୟ ଆଣିବ ବୋଲି କାର୍ତ୍ତିକ କମେଣ୍ଟ କରିଛନ୍ତି।

Share