Posted inଭଦ୍ରକ

ସୁରକ୍ଷା ପ୍ରସଙ୍ଗ ଉଠାଇଲା ପୋଲିସ ମହାସଂଘ

ଭଦ୍ରକ ଅଫିସ, ୧୪ା୪- କରୋନା ଲାଗି ସମଗ୍ର ଦେଶରେ ଏବେ ଲକ୍‌ ଡାଉନ ଜାରି ରହିଛି। ଲକ୍‌ ଡାଉନ କଟକଣାକୁ କଡ଼ାକଡ଼ି ବଳବତ୍ତର ରଖିବାକୁ ପୋଲିସ ବିଭାଗ ସଜାଗ ରହିଛି। ଏହି ସମୟରେ ଦିନରାତି ବାହାରେ ରହି ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀମାନଙ୍କ ସୁରକ୍ଷା କଥା ସରକାର ଚିନ୍ତା କରୁ ନାହାନ୍ତି। ବର୍ତ୍ତମାନ ପରିସ୍ଥିତିରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଓ ସେମାନଙ୍କ ପରିବାର କରୋନା ଦାଉରୁ କିପରି ମୁକ୍ତି ପାଇ ପାରିବେ ଏଥିପାଇଁ ସରକାର, ରାଜ୍ୟ ପୋଲିସ ମୁଖ୍ୟ ସର୍ବୋପରି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ରାଜ୍ୟ ପୋଲିସ ହାବିଲଦାର-କନେଷ୍ଟବଳ ଏବଂ ସିପାହୀ ମହାସଂଘର ଉପସଭାପତି ସତ୍ୟାଶିଷ ତ୍ରିପାଠୀ ଅନୁରୋଧ କରିଛନ୍ତି। ତ୍ରିପାଠୀ ଜଣାଇଛନ୍ତି ଯେ, ନିଜ ପରିବାର ଓ ଜୀବନକୁ ବାଜି ଲଗାଇ ଅହରହ ଜନସାଧାରଣଙ୍କ ସଂସ୍ପର୍ଶରେ ଆସୁଥିବା ପୋଲିସ ଭାଇମାନେ ୨୪ ଘଣ୍ଟା କାର୍ଯ୍ୟରତ। ଏଥିଲାଗି ପୋଲିସ କର୍ମଚାରୀଙ୍କୁ ସରକାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ଛତା, ରାତି ଡ୍ୟୁଟି ପାଇଁ ଟର୍ଚ୍ଚଲାଇଟ୍‌, ୨ ବୋତଲ ସାନିଟାଇଜର୍‌, ୨ ହଳ ଗ୍ଲୋବସ୍‌, ୨ ହଳ ମାସ୍କ ଯୋଗାଇ ଦିଅନ୍ତୁ। ସବୁ ପୋଲିସ ଭେଇକିଲ ତଥା ପୋଲିସ ବାଇକ୍‌ ଗୁଡ଼ିକୁ ନିୟମିତ ଭାବେ ସାନିଟାଇଜ୍‌ କରିବାକୁ ମଧ୍ୟ ସରକାର ଗୁରୁତ୍ୱ ଦେବାକୁ ମହାସଂଘ ଉପସଭାପତି ତ୍ରିପାଠୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୋଲିସ ସୁରକ୍ଷିତ ରହିଲେ ଜନସାଧାରଣ ସୁରକ୍ଷିତ ରହିବେ ବୋଲି ଏକ ପ୍ରେସ ବିବୃତିରେ ସେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଧାମନଗରରେ ୧୬୩ ଲାଗୁ

ଧାମନଗର,୧୯ା୯: ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି। ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି।...

ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ବିଷ୍ଣୁ ସେଠୀ: ମୁଖ୍ୟମନ୍ତ୍ରୀ

ତିହିଡ଼ି,୧୯ା୯: ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କ ଉଦ୍ୟମରେ କାନ୍ତକବିଙ୍କ ଲିଖିତ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର...

ଗଣେଶ ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୮ ଗିରଫ

ତିହିଡ଼ି,୧୨ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ପାଳିଆବିନ୍ଧା ପଞ୍ଚାୟତ ଅଧୀନ ପାଳିଆ ଗ୍ରାମରେ ବୁଧବାର ରାତିରେ ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ...

ସୁଭଦ୍ରା ଫର୍ମ ଫେରସ୍ତ ମାଗିବାରୁ ଅଙ୍ଗନୱାଡି ଦିଦିଙ୍କୁ ପିଟିଲେ, ଆଉ ଏବେ….

ଚାନ୍ଦବାଲି,୧୧।୯(କିଷାନ ପାତ୍ର): ସୁଭଦ୍ରା ଫର୍ମ ଫେରସ୍ତ ମାଗିବା ଘଟଣାକୁ କେନ୍ଦ୍ରକରି ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଅଙ୍ଗନୱାଡି କର୍ମୀ ପ୍ରୀତିରେଖା ବଳଙ୍କୁ ମାଡ଼...

ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ

ଭଦ୍ରକ, ୧୦।୯(ସନାତନ ରାଉତ): ପିଲାଜନ୍ମରେ ସହାୟତା କଲେ। ମା’ ଛୁଆଙ୍କୁ ନେଇ ଭଦ୍ରକ ଓ ପରେ କଟକ ମେଡିକାଲ ନେଇଗଲେ। ମେଡିକାଲରୁ ଫେରିବା ବାଟରେ ନବଜାତ...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଭଦ୍ରକ,୯ା୯(ସନାତନ ରାଉତ): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri