Categories: ଜାତୀୟ

ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌: ସଂସଦ ଭବନ ସମ୍ମୁଖରେ ଦ୍ରୁତ ଗତିରେ ଅଡ଼ି କାର୍‌ କଲା ଷ୍ଟଣ୍ଟ୍‌

ନୂଆଦିଲ୍ଲୀ,୧୩।୭: ସଂସଦ ଭବନ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌ ଦେଇ ଏକ ଅଡ଼ି କାର୍‌ ଶନିବାର ଭୋର୍‌ ୪ଟାରେ ଷ୍ଟଣ୍ଟ୍‌ କରିଛି। କାରଟି ସଂସଦ ଭବନ ସମ୍ମୁଖ ରାସ୍ତାରେ ଦ୍ରୁତ ଗତିରେ ଯିବା ସହିତ ଜୋର୍‌ରେ ଶବ୍ଦ କରିଥିଲା। ଏହାଦ୍ୱାରା ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏଠାକାର ସମ୍ବେଦନଶୀଳ ଅଞ୍ଚଳ ବିଜୟ ଚୌକଠାରେ ଧଳା ରଙ୍ଗର ଅଡ଼ି ସ୍ପୋର୍ଟସ୍‌ କାର ଏପରି କରିଥିବା କୁହାଯାଉଛି। କିଛି ସମୟ ପରେ କାର୍‌ଟ ସେଠାରୁ ଚାଲି ଯାଇଥିବା ଉପସ୍ଥିତ ଲୋକେ କହିଛନ୍ତି। ସିସିଟିଭି ଆଧାରରେ ଗାଡ଼ିର ନମ୍ବର ଏବଂ ଏହାର ମାଲିକଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ ପାଇଁ ପୋଲିସ ପକ୍ଷରୁ ଖୋଳତାଡ଼ ଜାରି ରହିଛି।

Share