Categories: ଜାତୀୟ

ସୁରକ୍ଷିତ ଅଛନ୍ତି ଏନ୍‌ସିପିର ନିଖୋଜ ବିଧାୟକ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମହାଭାରତକୁ ନେଇ ସୁପ୍ରିମକୋର୍ଟରେ ରବିବାର ଶୁଣାଣି ଥିବା ସମୟରେ ଏନ୍‌ସିପି ବିଧାୟକ ଦୌଲତ ଦରୋଦା ସକାଳେ ନିଖୋଜ ହୋଇଯାଇଥିବା ଜଣାପଡିଲା। ହେଲେ ଏହାର କିଛି ଘଣ୍ଟା ପରେ ଦରୋଦା ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି କି ସେ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ତେବେ ମହାରାଷ୍ଟ୍ର ରାଜନୀତିରେ ଘୋଡା ବେପାରକୁ ଲକ୍ଷ୍ୟ କରି କାଳେ କେଉଁ ବିଧାୟକଙ୍କୁ ଅପହରଣ କରାଯିବ ସେହି ଭୟ ଘାରିଛି ବିଭିନ୍ନ ଦଳଙ୍କୁ। ହେଲେ ଦରୋରା କହିଛନ୍ତି ମୁଁ ଘଣ୍ଟା ଚିହ୍ନରେ ଅର୍ଥାତ୍‌ ଏନ୍‌ସିପିରୁ ନିର୍ବାଚନ ଜିତିଛି। ଆଉ ଦଳକୁ ନେଇ ଶରଦ ପାଓ୍ବାର ଓ ଅଜିତ ପାଓ୍ବାର ଯାହା ନିଷ୍ପତ୍ତି ନେବେ ମୁଁ ସେଥିରେ ରାଜି ବୋଲି ସେ କହିଛନ୍ତି।

Share