ଛତ୍ରପୁର,୪ା୫(ଡି.ଏନ୍.ଏ.) : ସୁରଟରୁ ଆଉ ଏକ ଟ୍ରେନ୍ ସୋମବାର ୧୨୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆଙ୍କୁ ନେଇ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଛି। ସେଥିରେ ଗଞ୍ଜାମ ଜିଲାର ୧୧୮୮ ଜଣ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଉକ୍ତ ଟ୍ରେନ ୩ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା ସମସ୍ତଙ୍କର ସ୍କ୍ରିନିଂ ପରେ ନିଜ ନିଜ ବ୍ଲକର ପଞ୍ଚାୟତଞ୍ରେ ଥିବା କ୍ୱାରାଣ୍ଟାଇନ୍ ସେଣ୍ଟରକୁ ବସ୍ ଯୋଗେ ପଠାଯାଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରୟ, ଡିଆର୍ଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆର୍ପିଏଫ୍ର ଅଧିକାରୀ ଓ ଫୋର୍ସ ଉପସ୍ଥିତ ଥିଲେ। ରବିବାର ସନ୍ଧ୍ୟାରେ ମଧ୍ୟ ସୁରଟରୁ ଏକ ଟ୍ରେନ୍ରେ ଗଞ୍ଜାମ ଜିଲାର ୧୨୦୨ ଓ ଅନ୍ୟ ଜିଲାର ପ୍ରବାସୀ ଓଡ଼ିଆ ଆସିଥିଲେ। ଆଜି ଆହୁରି ୨ ଟି ଟ୍ରେନ୍ ସୁରଟରୁ ଆସିବ।