ସୁରଟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ବସ୍‌ରେ ମୃତ୍ୟୁ

ସୋରଡା,୨ା୫(ଡି.ଏନ୍‌.ଏ.)- ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଜିଲା ସୋରଡା ବ୍ଲକ ଅଭିମୁଖେ ଆସୁଥିବା ଏକ ବସ୍‌ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୋରଡା ବ୍ଲକ ସୁରମଣି ପଞ୍ଚାୟତ ନାରାୟଣପୁର ଗ୍ରାମର ପ୍ରକାଶ ଗୌଡ। ରାୟପୁର ନିକଟରେ ତାଙ୍କର ମୃତ୍ୟୁ ହେବାପରେ ସ୍ଥାନୀୟ ପୋଲିସ ବସ୍‌ରୁ ମୃତଦେହ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ ପଠାଇଥିବା ମା’ ମାଗି ଗଉଡ ସୂଚନା ଦେଇଛନ୍ତି। ଗୁରୁବାର ରାତିରେ ବସ୍‌ଟି ସୁରଟ ଛାଡିବା କିଛି ସମୟ ପରେ ତାଙ୍କ ଦେହ ଖରାପ ହୋଇଥିବା ସେ କହିଛନ୍ତି। ୫ /୭ ବର୍ଷ ହେବ ସେ ସେଠାରେ ରହି କାମ କରୁଥିଲେ, ଲକ୍‌ଡାଉନ ପରେ କାମ ବନ୍ଦ ହେବାରୁ ଫେରୁଥିଲେ ବୋଲି କହିଛନ୍ତି।
ପ୍ରକାଶ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ପରିବାର କିପରି ଚଳିବ ବୋଲି କୋହଭରା କଣ୍ଠରେ କହିଛନ୍ତି ମା’।

Share