ସୁରଟରୁ ୫୦ପ୍ରବାସୀଙ୍କୁ ଗଞ୍ଜାମ ଆଣି ଆସୁଥିବା ବସ୍‌ ନାଗପୁରରେ ଓଲଟିଲା: ୨ ଆହତ

ଛତ୍ରପୁର/ପୁରୁଷୋତ୍ତମପୁର,୩ା୫(ଡି.ଏନ୍‌.ଏ.): ସୁରଟରୁ ୫୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ବସ୍‌ ରବିବାର ସକାଳେ ମହାରାଷ୍ଟ୍ରର ନାଗପୁରଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ପୁରୁଷୋତ୍ତମପୁର ବ୍ଲକର ହୋଇଥିବା ବେଳେ ଆଉ ଜଣେ ଗଞ୍ଜାମ ବ୍ଲକର। ଉକ୍ତ ଗାଡ଼ିରେ ଥିବା ୫୦ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ ଜଣ ଶିଶୁ ଥିଲେ। ଉକ୍ତ ବସ୍‌ ପଛରେ ଆଉ ୮ଟି ବସ୍‌ରେ ମଧ୍ୟ ପ୍ରବାସୀ ଓଡ଼ିଆ ଗଞ୍ଜାମ ଫେରୁଥିଲେ। ସୋମବାର ଗଞ୍ଜାମରେ ଉକ୍ତ ୮ଟି ବସ୍‌ ପହଞ୍ଚିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଶନିବାର ସୁରଟରୁ ଏକ ସମୟରେ ୯ଟି ବସ୍‌ରେ ପ୍ରବାସୀ ଓଡ଼ିଆ ଗଞ୍ଜାମ ଅଭିମୁଖେ ବାହାରିଥିଲେ।

Share