ସୁରଟରେ ଖୋଲିବ ୧୨ ଓଡ଼ିଆ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୯।୮(ବ୍ୟୁରୋ) : ଗୁଜରାଟରେ ମୋଟ ୧୦ ଲକ୍ଷ ଓଡ଼ିଆ ବସବାସ କରୁଛନ୍ତି। ସେଥିରୁ ପ୍ରାୟ ୭ରୁ ୮ଲକ୍ଷ ଓଡିଆ ସୁରଟରେ ବାସକରନ୍ତି। ସେହି ଓଡିଆ ପରିବାରର ପିଲାମାନଙ୍କ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ସେଠାକାର ପିଲାମାନେ ପାଠ ପଢ଼ିବା ଲାଗି ରାଜ୍ୟ ସରକାର ସେଠାରେ ସ୍କୁଲ ଓ କଲେଜ ପ୍ରତିଷ୍ଠା କରିବେ। ଏଥିପାଇଁ ଦୁଇ ରାଜ୍ୟ ମଧ୍ୟରେ ସମସ୍ତ ପ୍ରକାର ଆଲୋଚନା ସରିଥିବା ବେଳେ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଚିଠି ଲେଖି ଅବଗତ କରାଇବେ ବୋଲି ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କଠାରୁ ଜଣାପଡିଛି। ଗତ ଡିସେମ୍ବର ୧୮ରେ ମୁଖ୍ୟମନ୍ତ୍ରୀ ଗୁଜରାଟ ଗସ୍ତ କରି ଓଡ଼ିଶା ମହୋତ୍ସବରେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେଠାକାର ଓଡ଼ିଆଙ୍କ ଅନୁରୋଧ ରକ୍ଷା କରି ସେଠାରେ ଗୋଟିଏ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗଠନ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ।
ସୁରଟରେ ଖୁବ୍‌ଶୀଘ୍ର ୬ଟି ପ୍ରାଥମିକ ବିଦ୍ୟାଳୟ, ୪ଟି ଉଚ୍ଚ ବିଦ୍ୟାଳୟ ଏବଂ ଦୁଇଟି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗଠନ ହେବ। ଏଥିପାଇଁ ସ୍ଥାନ ମଧ୍ୟ ଚୟନ ସରିଛି। ସୁରଟର ପାଣ୍ଡେସରା, ସଚିନ, ଭରଚ୍ଛା/କଟାଗ୍ରାମ, ଆମରୋଲି, ଉଧ୍‌ନା ଏବଂ ସୟନ ଠାରେ ପ୍ରାଥମିକ ବିଦ୍ୟାଳୟ ଖୋଲିବ। ଏହି ସ୍କୁଲଗୁଡିକରେ ସେଠାର ପ୍ରଥମରୁ ୭ମ ପର୍ଯ୍ୟନ୍ତ ପିଲାମାନେ ପାଠ ପଢ଼ିପାରିବେ। ସେହିପରି ପାଣ୍ଡେସରାରେ ୧ଟି, ଭରଚ୍ଛା/କତାଗ୍ରାମରେ ୨ଟି ଏବଂ ବେଶତନରେ ୧ଟି ଏହିପରି ମୋଟ ୪ଟି ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସେହିଭଳି ପାଣ୍ଡେସରା ଏବଂ ଭରଚ୍ଛା/କତାଗ୍ରାମରେ ମୋଟ ୨ଟି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗଠନ କରାଯିବ ବୋଲି ଜଣାପଡିଛି। ଏହି ବିଦ୍ୟାଳୟଗୁଡିକରେ ପାଠ ପଢିବାକୁ ଥିବା ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାର ଆବଶ୍ୟକତା ଅନୁଯାୟୀ ମାଗଣାରେ ବହି ପ୍ରଦାନ କରିବେ। ଏହାସହ ଉପରୋକ୍ତ ସ୍କୁଲରେ ୨୦୨୦-୨୧ ଶିକ୍ଷା ବର୍ଷ ସୁଦ୍ଧା ଏହି ସ୍ଥାନରେ ଶିକ୍ଷକ ନିଯୁକ୍ତି କରିବାକୁ ରାଜ୍ୟ ସରକାରଙ୍କୁ ଗୁଜରାଟ ସରକାର ଅନୁରୋଧ କରିଥିବା ମଧ୍ୟ ଜଣାପଡିଛି। ବର୍ତ୍ତମାନ ଗୁଜରାଟରେ ୧୯ଟି ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ, ୩ଟି ଉଚ୍ଚ ବିଦ୍ୟାଳୟ ଥିବାବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନ ଥିଲା। ଏଥିଲାଗି ମୁଖ୍ୟମନ୍ତ୍ରୀ ସୁରଟ ଗସ୍ତ କାଳରେ ଗୋଟିଏ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତିଷ୍ଠା ପାଇଁ କହିଥିଲେ। ମାତ୍ର ଚଳିତ ମାସର ଗତ ୨ତାରିଖରେ ଗୁଜରାଟ ଏବଂ ଓଡ଼ିଶା ସରକାର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଗୁଜରାଟ ଗାନ୍ଧୀନଗରଠାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ଏବଂ ଗୁଜରାଟର ବିଭାଗୀୟ ସଚିବ ବିନୋଦ ଆର୍‌ ରାଓଙ୍କ ସହ ତାଙ୍କ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ଜେ.ଡି ଦେଶାଇ ଉପସ୍ଥିତ ଥିଲେ। ବୈଠକରେ ସର୍ବମୋଟ ୧୨ଟି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ହୋଇଛି। ବୈଠକ ପରେ ପ୍ରଦୀପ୍ତ ମହାପାତ୍ର ଗୁଜରାଟର ବିଭାଗୀୟ ମନ୍ତ୍ରୀଙ୍କ ସହ ଭେଟି ଏ ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି। ଖୁବ୍‌ଶୀଘ୍ର ଏନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ୨୦୧୯ ନିର୍ବାଚନ ଇସ୍ତାହାରରେ ବିଜେଡି ପକ୍ଷରୁ ଏ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଜର-ବାନ୍ଧବୀ, ମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୩ା୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସୋମବାର ଲୋକ ସେବା ଭବନରେ ଭେଟିଛନ୍ତି ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ। ଅଙ୍କିତାଙ୍କ ସହ...

ସଂଗଠନ ମଜଭୁତ ପାଇଁ କର୍ଣ୍ଣମନ୍ତ୍ର ଦେଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦିନିକିଆ ଗସ୍ତ ହୋଇଛି। ଏହି ସମୟରେ ସେ ଦାରିଙ୍ଗବାଡ଼ି...

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ଯଦି ଏହି ଘଟଣା ସହ ଆଉ…

ଭୁବନେଶ୍ୱର,୨୩ା୯: ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।...

ଆସୁଛି ଆଉ ଏକ ଲଘୁଚାପ, ୧୨ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୨୩।୯: ମୌସୁମୀ ଟ୍ରପ୍‌ ଲାଇନ୍‌ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଦିଗରେ ଅଗ୍ରସର ହେଉଛି। ସେହିପରି ଆନ୍ଧ୍ରପ୍ରଦେଶ ଉପକୂଳରୁ ଦକ୍ଷିଣ ଉପକୂଳବର୍ତ୍ତୀ ମ୍ୟାନ୍‌ମାର ମଧ୍ୟରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ...

ଭରତପୁର ମାମଲା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ୬୦ ଦିନରେ…

ଭୁବନେଶ୍ୱର,୨୩।୯: ଭରତପୁର ଥାନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଉଚ୍ଚସ୍ତରୀୟ ବୈଠକ ପରେ  ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ...

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri