ସୁରଟର କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ: ସଜାଗ ହେଲା କେନ୍ଦୁଝର ଜିଲା ପ୍ରଶାସନ

କେନ୍ଦୁଝର,୨୬।୫(ସ୍ବ.ପ୍ର.): ସୁରଟର କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିବା ପରେ ରବିବାର କେନ୍ଦୁଝର ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସଂସ୍ଥାଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି। ଜିଲା ଅଗ୍ନିସେବା ଅଧିକାରୀ ଶଶାଙ୍କ ମହାପାତ୍ରଙ୍କ ନେତୃତ୍ୱରେ ଏହି ଯାଞ୍ଚ ଆରମ୍ଭ ହୋଇଛି । ପ୍ରାଥମିକ ସ୍ତରରେ ବିଭିନ୍ନ କୋଚିଂ ସେଣ୍ଟରରେ ଯାଞ୍ଚ କରାଯାଇ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ତାଗିଦ କରାଯାଇଛି।
ଏ ନେଇ ଶିକ୍ଷାନୁଷ୍ଠାନଗୁଡିକୁ ନୋଟିସ କରାଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି।