ସୁରଟ, କୋଟାରୁ ଆସିଲେ ୧୦୫

ଅନୁଗୋଳ ଅଫିସ, ୫।୫

ସୁରଟ୍‌ ଓ କୋଟାରୁ ଦୁଇଟି ବସ୍‌ରେ ଆସିଥିବା ପ୍ରବାସୀମାନେ ସୋମବାର ଅନୁଗୋଳରେ ପହଞ୍ଚତ୍ଛନ୍ତି। ସୁରଟ୍‌ରୁ ଗୋଟିଏ ବସ୍‌ରେ ୬୬ ଜଣ ଓ କୋଟାରୁ ୩୯ ଛାତ୍ରୀଛାତ୍ର ଆସିଥିବା ପ୍ରଶାସନ ସୂଚନା ଦେଇଛି। ସୁରଟ୍‌ରୁ ଆସିଥିବା ବସ୍‌ ଭୋର ସମୟରେ ପଞ୍ଚମହଲାସ୍ଥିତ ଆରଟିଓ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲା। ଏହାପରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଗାଡ଼ିରେ ପ୍ରବାସୀମାନଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରକୁ ନିଆଯାଇଥିଲା। ସେହିପରି କୋଟାରୁ ୩୯ ଜଣ ଛାତ୍ରୀଛାତ୍ରଙ୍କୁ ଧରି ଆସିଥିବା ବସ୍‌ ଅପରାହ୍ନରେ ଅନୁଗୋଳରେ ପହଞ୍ଚତ୍ଥିଲା। ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କୁ ହୋମ୍‌ କ୍ବାରାଣ୍ଟାଇନ୍‌କୁ ପଠାଯାଇଥିବାବେଳେ ୩ ଜଣଙ୍କୁ ପେଡ୍‌ କ୍ବାରାଣ୍ଟାଇନ୍‌ ଓ ଜଣଙ୍କୁ ପଞ୍ଚାୟତ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ଅନ୍ୟପକ୍ଷରେ ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଥିବା ୫୬ ଜଣ ଶ୍ରମିକଙ୍କୁ ଦୁଇଟି ବସ୍‌ରେ ଝାଡ଼ଖଣ୍ଡକୁ ପଠାଯାଇଛି।

Share