ସୁରଟ ଫେରନ୍ତାଙ୍କ ମଧ୍ୟରେ ଶେରଗଡର ୫୭, ଆସିକାର ୧୧ଜଣ

ଆସିକା/ଶେରଗଡ,୨୮ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ପରେ ସୁରଟରେ ଫସିଥିବା ଓଡ଼ିଆଙ୍କ ମଧ୍ୟରୁ ୪ଟି ବସ୍‌ ଯୋଗେ ଗଞ୍ଜାମ ଜିଲାର ୨୨୮ଜଣ ସୋମବାର ପ୍ରଥମ ଦଫାରେ ଫେରୁଛନ୍ତି। ସେମାନଙ୍କ ମଧ୍ୟରେ ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତର ୧୧ଜଣ ରହିଥିବାବେଳେ ଶେରଗଡର ୫୭ଜଣ ରହିଛନ୍ତି। ଏନେଇ ଆସିକା ବିଡିଓଙ୍କୁ ପଚାରିବାରୁ ତାଙ୍କ ପାଖରେ କୌଣସି ବିଧିବଦ୍ଧ ସୂଚନା ନ ଥିବା କହିଛନ୍ତି। ଶେରଗଡର ୫୭ଜଣ ଏକ ସ୍ବତନ୍ତ୍ର ବସ୍‌ରେ ଆସି ବ୍ରାହ୍ମଣଛାଇରେ ପହଞ୍ଚତ୍ବେ। ବୁଧବାର ସକାଳେ ପହଞ୍ଚତ୍ବାପରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟସ୍ଥିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସେମାନଙ୍କୁ ରଖାଯିବ ଓ ଏନେଇ ସମସ୍ତ ପ୍ରସ୍ତୁତ ସରିଥିବା ବିଡିଓ ସୁରଞ୍ଜନ କୁମାର ସାହୁ କହିଛନ୍ତି।

Share