ଭୁବନେଶ୍ୱର,୧୨।୬(ବ୍ୟୁରୋ): ଭାଜପାର ସଂସଦୀୟ କାର୍ଯ୍ୟନିର୍ବାହୀ କମିଟି ଗଠନ ପରେ ବୁଧବାର ବରଗଡ଼ ଏମ୍ପି ସୁରେଶ ପୂଜାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ। ଲୋକ ସଭାର ସଚେତକ ଭାବେ ତାଙ୍କୁ ଦାୟିତ୍ୱ ମିଳିଛି। ଓଡ଼ିଶା ସହ ମଣିପୁର ଓ ତେଲେଙ୍ଗାନା ରାଜ୍ୟର ସଚେତକ ଭାବେ ସେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଥିବା ବେଳେ ରାଜନାଥ ସିଂ ଲୋକ ସଭାରେ ଦଳର ଉପନେତା ଓ ଥାଓ୍ବାରଚାନ୍ଦ ଗେହଲଟ ରାଜ୍ୟସଭାରେ ଦଳର ଉପନେତା ହୋଇଛନ୍ତି।