ସୁର ସମ୍ରାଜ୍ଞୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସଚିନ

ନୂଆଦିଲ୍ଲୀ,୨୮।୯: ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍‌କର ଶନିବାର ୯୦ତମ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ଲତାଙ୍କ ଜନ୍ମଦିନ ଉପଲକ୍ଷେ ବଲିଉଡ୍‌ରୁ ଆରମ୍ଭ କରି କ୍ରିକେଟ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ଭାରତ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କୋକିଳକଣ୍ଠୀଙ୍କୁ ଏକ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଚିନ ଲତାଙ୍କ ପାଇଁ ଏକ ସ୍ବତନ୍ତ୍ର ଭିଡିଓ ଟୁଇଟରରେ ଶେୟାର କରିଛନ୍ତି। ଦେଢ଼ ମିନିଟ୍‌ର ଏହି ଭିଡିଓରେ ସେ ଲତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ନୀରୋଗ ସ୍ବାସ୍ଥ୍ୟ ଓ ଖୁସି କାମନା କରିଛନ୍ତି। ଭିଡିଓ ଜରିଆରେ ସଚିନ ଲତାଙ୍କ ସହ ନିଜ ଅନୁଭୂତିକୁ ମନେପକାଇଛନ୍ତି। ସେ କହିଛନ୍ତି, ଛୋଟବେଳୁ ଏପର୍ଯ୍ୟନ୍ତ ଏମିତି କୌଣସି ଦିନ ବିତିନାହିଁ, ଯେବେ ଲତାଙ୍କ ଗୀତ ଶୁଣିନାହାନ୍ତି।