ସୁଶାନ୍ତଙ୍କୁ କେବଳ ଅଙ୍କିତା ପାରିଥାନ୍ତେ ବଞ୍ଚାଇ

ମୁମ୍ବାଇ, ୨୦।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଏବେ ବହୁ ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ସୋସିଆଲ୍‌ ମିଡ଼ିଆରେ ଦେଉଥିବାର ଦେଖିବାକୁ ମିଳୁଛି। ସୁଶାନ୍ତଙ୍କୁ କେବଳ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ହିଁ ବଞ୍ଚାଇ ପାରିଥାନ୍ତେ ବୋଲି ଉଭୟଙ୍କର ସାଙ୍ଗ ସନ୍ଦିପ ସିଂ କହିଛନ୍ତି। ସେ ସୁଶାନ୍ତ ଏବଂ ଅଙ୍କିତାଙ୍କ ସମ୍ପର୍କକୁ ଭଲ ଭାବେ ଜାଣିଥିଲେ। ଏନେଇ ସନ୍ଦିପ ସୋସିଆଲ୍‌ ମିଡ଼ିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଅଙ୍କିତା ତୁମେ ହିଁ ସୁଶାନ୍ତଙ୍କୁ ଭଲ ପାଉଥିଲା। ତୁମର ପ୍ରେମ ଶାଶ୍ୱତ ଥିଲା। ଅଲଗା ହେବା ପରେ ମଧ୍ୟ ତୁମେ ସୁଶାନ୍ତଙ୍କୁ ଭୁଲି ପାରିନାହଁ। ତୁମେ ଚେଷ୍ଟା କରିଥିଲେ ହୁଏତ ଏଭଳି ଘଟଣା ଘଟି ନ ଥାନ୍ତା। ସନ୍ଦିପଙ୍କ ଏଭଳି ମନ୍ତବ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share