ସୁଶାନ୍ତଙ୍କ ଘରୁ ମିଳିଛି ପାଞ୍ଚଟି ଡାଏରୀ, ଲେଖିଥିଲେ ମନ କଥା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଗୋଟିଏ ପଟେ ପ୍ରଶଂସକମାନେ ତାଙ୍କ ନିଧନକୁ ଗ୍ରହଣ କରିପାରୁ ନ ଥିବା ବେଳେ ପରିବାରଲୋକେ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପୋଲିସ ମଧ୍ୟ ଆତ୍ମହତ୍ୟାର କାରଣକୁ ନେଇ ଛାନ୍‌ଭିନ୍‌ କରୁଛି।

ଇତିମଧ୍ୟରେ ସୁଶାନ୍ତଙ୍କ କଥିତ ପ୍ରେମିକା ରିୟାଙ୍କୁ ପୋଲିସ ପଚରାଉଚରା କରିଛି। ଏବେ ତାଙ୍କ ଘରୁ ପାଞ୍ଚଟି ଡାଏରୀ ମିଳିଥିବା କୁହାଯାଉଛି। ଏଥିରେ ସୁଶାନ୍ତ ନିଜ ମନ କଥା ଲେଖିଛନ୍ତି। ପୋଲିସ ଡାଏରୀର ଯାଞ୍ଚ କରୁଛି। ଏଥିରୁ ସେ ମାନସିକ ଦୁଃଶ୍ଚିନ୍ତାରେ ଥିଲେ କି ନାହିଁ ଜଣାପଡ଼ିବା ସହ ବଡ଼ ରହସ୍ୟ ବିଷୟରେ ଜଣାପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।

ପୂର୍ବରୁ ପୋଲିସ ସୁଶାନ୍ତଙ୍କ ବାପାଙ୍କୁ ପଚରାଉଚରା କରିଥିଲା। କଥାରୁ ସେ ସାମାନ୍ୟ ଦୁଃଖି ଜଣାପଡ଼ୁଥିଲେ ହେଁ ଡିପ୍ରେସନ୍‌ରେ ଥିବା ନେଇ ଜାଣି ନ ଥିବା ପୋଲିସକୁ କହିଥିଲେ।

Share