ସୁଶାନ୍ତଙ୍କ ନାମ ଏବେ ବି ରହିଛି ଅଙ୍କିତାଙ୍କ ଘର ନେମ୍‌ପ୍ଲେଟ୍‌ରେ

ମୁମ୍ବାଇ, ୨୦।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତିମଧ୍ୟରେ ୬ ଦିନ ବିତିଛି। ସୁଶାନ୍ତ ଏବଂ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସମ୍ପର୍କକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଅଙ୍କିତା ସୁଶାନ୍ତ ଏବଂ ଅନ୍ୟ ଜଣେ ସାଙ୍ଗ ସନ୍ଦିପ ସିଂ ଲୋଖଣ୍ଡଓ୍ବାଲାରେ ଗୋଟିଏ ଘରେ ରହୁଥିଲେ। ପ୍ରତି ସପ୍ତାହ ଶେଷରେ ସେମାନେ ଲୋନଓ୍ବାଲା କିମ୍ବା ଗୋଆ ଲଙ୍ଗ୍‌ ଡ୍ରାଇଭ୍‌ରେ ଯାଉଥିଲେ। ଜୀବନଟା ସହଖୁସିରେ ବିତୁଥିଲା। ଟିଭି ସିରିଏଲ୍‌ ପବିତ୍ର ରିସ୍ତାରେ ସ୍ତ୍ରୀ-ସ୍ବାମୀ ଭାବେ ଅଭିନୟ କରୁକରୁ ଦୁହେଁ ଦୁହିଁଙ୍କୁ ଭଲ ପାଇବସିଥିଲେ। ପରେ ସମ୍ପର୍କରେ ଫାଟ ଆସିଥିଲା। ସୁଶାନ୍ତ ଅଲଗା ରହିବାକୁ ଆରମ୍ଭ କରିଥିଲେ। କିନ୍ତୁ ଅଙ୍କିତାଙ୍କ ଘରର ନେମ୍‌ପ୍ଲେଟ୍‌ରେ ଏବେ ବି ସୁଶାନ୍ତଙ୍କ ନାମ ଲେଖା ହୋଇରହିଛି। ଏହାକୁ ଅଙ୍କିତା ଲିଭାଇ ନାହାଁନ୍ତି।

Share