ପାଟନା,୨୨।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁର ଗତ ୧୪ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଏବେବି ବିଚଳିତ କରେ ତାଙ୍କ ପ୍ରଶଂସକଙ୍କୁ। ଆଉ ଏହି ଖବର ତାଙ୍କ ପରିବାର ପାଇଁ ଯେମିତି ଦୁଃଖର ପାହାଡ ହୋଇ ଛିଡା ହୋଇଛି। ରବିବାର ସୁଶାନ୍ତଙ୍କ ଘର ବିହାର ପାଟନାରେ ପରିବାର ପକ୍ଷରୁ ଏକ ପ୍ରେୟାର ମିଟ୍ର ଆୟୋଜନ କରାଯାଇଥିଲା। ଆଉ ଏହି ପ୍ରେୟାର ମିଟ୍ର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଦେଖାଯାଇଛି। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ସୁଶାନ୍ତଙ୍କ ପରିବାରକୁ ସାକ୍ଷାତ୍ କରିବା ସହ ସମବେଦନା ପ୍ରକାଶ କରିଥିଲେ।