Advertisement

ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କୁ ୯ ଘଣ୍ଟା ଜେରା କଲା ବାନ୍ଦ୍ରା ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ବହୁ ଚର୍ଚ୍ଚା ହେଉଛି। ଏ ଦିଗରେ ମୁମ୍ବାଇ ପୋଲିସ ତାର ତଦନ୍ତକୁ ଜୋରଦାର କରିଛି। ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ପୋଲିସ ଦୀର୍ଘ ୯ ଘଣ୍ଟା ଧରି ପଚରାଉଚରା କରିଥିବା ଜଣାପଡ଼ିଛି। ସୁଶାନ୍ତଙ୍କ ବାନ୍ଧବୀ ରିୟା ମୁମ୍ବାଇସ୍ଥିତ ବାନ୍ଦ୍ରା ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ସେଠାରେ ପୋଲିସ ଦୀର୍ଘ ୯ ଘଣ୍ଟା ଧରି ତାଙ୍କୁ ଜେରା କରିବା ପରେ ବୟାନ ରେକର୍ଡ କରିଛି। ରିୟା ନଭେମ୍ବର ଶେଷ ସୁଦ୍ଧା ସୁଶାନ୍ତଙ୍କୁ ବିବାହ କରିଥାନ୍ତେ ବୋଲି ଚର୍ଚ୍ଚା ହେଉଛି।
ତଥ୍ୟ ଅନୁସାରେ, ପୋଲିସ ରିୟାଙ୍କ ଫୋନ ଜବତ କରି ଉଭୟଙ୍କ ଫଟୋ, ଭିଡିଓ ଓ ମେସେଜ ଆଦିକୁ ଦେଖିଥିଲା। ସେହିପରି ଉଭୟେ ସାଥି ହୋଇ ଘର କିଣିବାର ବି ଯୋଜନା ରଖିଥିଲେ ବୋଲି ଜଣାପଡିଛି। ଦୀର୍ଘ ସମୟ ଧରି ଜେରା ପରେ ରିୟା ସ୍ବୀକାର କରିଥିଲେ ଯେ, ଲକଡାଉନ ସମୟରେ ଉଭୟେ ଏକାଠି ରହୁଥିଲେ। ମାତ୍ର ସୁଶାନ୍ତଙ୍କ ସହ ତାଙ୍କର ଝଗଡା ହେବା ପରେ ସେ ତାଙ୍କୁ ଛାଡି ପଳାଇ ଆସିଥିଲେ। ପରବର୍ତ୍ତୀ ସମୟରେ ଉଭୟେ ଫୋନ ଓ ମେସେଜରେ କଥାବାର୍ତ୍ତା ହୋଇଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା କାଷ୍ଟିଙ୍ଗ ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କୁ ମିଶାଇ ମୋଟ ୧୩ ଜଣଙ୍କ ବୟାନ ରେକର୍ଡ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share