ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ଖବର ଚଳଚ୍ଚିତ୍ର ଜଗତ ସହ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାଙ୍କୁ ମନେପକାଇ ପ୍ରଶଂସକମାନେ ସେମାନଙ୍କ ପୁରୁଣା ସ୍ମୃତିକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ଇତିମଧ୍ୟରେ ଏକ ସପ୍ତାହ ହୋଇଯାଇଥିଲେ ମଧ୍ୟ କ୍ରମାଗତ ଭାବେ ପ୍ରଶଂସକମାନେ ଭାବପ୍ରବଣ ହୋଇଯାଉଛନ୍ତି। ସୁଶାନ୍ତ ବିହାରର ହୋଇଥିବାରୁ ବିଶେଷକରି ସେଠାକାର ଲୋକେ ତାଙ୍କୁ ଭୁଲିପାରୁ ନାହାନ୍ତି। ଏହିପରି ଜଣେ ହେଲେ ବିହାର ବାସିନ୍ଦା ବଲିଉଡ୍ କଣ୍ଠଶିଳ୍ପୀ ମୈଥିଲି ଠାକୁର। ଗୀତ ଗାଇ ସୋସିଆଲ ମିଡିଆ ଦ୍ୱାରା ରାତାରାତି ଲୋକପ୍ରିୟ ହୋଇଥିବା ମୈଥିଲି ସୁଶାନ୍ତଙ୍କ ମୃତ୍ୟୁରେ ଏତେ ଭାଙ୍ଗିପଡ଼ିଛନ୍ତି ଯେ, ସେ ଆଉ ବଲିଉଡ୍ରେ ଗୀତ ଗାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ଖବର ମୈଥିଲିଙ୍କ ବାପା ରମେଶ ଠାକୁର ସ୍ପଷ୍ଟ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ମୈଥିଲି ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖୀ ହୋଇ ଆଉ କେବେ ବଲିଉଡ୍ ପାଇଁ ଗୀତ ଗାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।
Posted inମନୋରଞ୍ଜନ