ସୁଶାନ୍ତଙ୍କ ସମ୍ମାନରେ ୩୪୦୦ ପରିବାରଙ୍କୁ ଭୋଜନ ଦେବେ ପ୍ରଗ୍ୟା

ମୁମ୍ବାଇ, ୧୮।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସୁଶାନ୍ତଙ୍କ ସହିତ ଅଭିଷେକଙ୍କ ପରିବାରର ଭଲ ସମ୍ପର୍କ ଥିଲା। ତେଣୁ ଅଭିଷେକଙ୍କ ସ୍ତ୍ରୀ ପ୍ରଗ୍ୟା କପୁର ସୁଶାନ୍ତଙ୍କ ସମ୍ମାନରେ ୩୪୦୦ ଗରିବ ପରିବାରଙ୍କୁ ଭୋଜନ ଦେବା ଲାଗି ଯୋଜନା କରିଛନ୍ତି। ସୁଶାନ୍ତ ଅଭିଷେକଙ୍କ ନିର୍ଦ୍ଦେଶନାରେ ୨୦୧୩ରେ ପ୍ରଥମ ଫିଲ୍ମ ‘କାଇ ପୋ ଚେ’ରେ ଅଭିନୟ କରିଥିଲେ। ପ୍ରଗ୍ୟା ଏକ ସାଥ୍‌: ଦି ଆର୍ଥ ଫାଉଣ୍ଡେଶନ ନାମକ ଏକ ସ୍ବେଚ୍ଚାସେବୀ ଅନୁଷ୍ଠାନ ଚଳାଉଛନ୍ତି। ଏହି ଅନୁଷ୍ଠାନ ମାଧ୍ୟମରେ ସେ ଗରିବ ପରିବାରଙ୍କୁ ଭୋଜନ ଦେବାର ନିଷ୍ପତ୍ତି କରିଛନ୍ତି। ଏସମ୍ପର୍କରେ ପ୍ରଗ୍ୟା ଇନଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି।

Share