ମୁମ୍ବାଇ,୧୭।୬: ବଲିଉଡ ହିରୋ ସୁଶାନ୍ତ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି। ମାନସିକ ଅବସାଦ ଯୋଗୁ ସୁଶାନ୍ତ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ପୋଲିସ ସୁଶାନ୍ତଙ୍କ ରୁମ୍ରୁ ଡିପ୍ରେସନ୍ ଔଷଧ ମଧ୍ୟ ଜବତ କରିଥିଲା। ସେ ଗତ ୬ ମାସ ହେବ ଏହି ଔଷଧ ଖାଉଥିବା ତାଙ୍କ ଭଉଣୀ କହିଥିଲେ। ତେବେ ସୁଶାନ୍ତ ମାନସିକ ଅବସାଦରେ ଥିବା କଥା ଆଦୌ ଜାଣି ନ ଥିବା ପିତା କେ କେ ସିଂ କହିଛନ୍ତି। ସୁଶାନ୍ତ ବେଳେବେଳେ ଭଲ ନ ଲାଗୁଥିବା କଥା ମୋତେ ଫୋନରେ କହୁଥିଲେ। କିନ୍ତୁ ସେ ମାନସିକ ଅବସାଦରେ ଥିବା କଥା କହି ନ ଥିଲେ ସେ କହିଛନ୍ତି। ୩୪ ବର୍ଷୀୟ ସୁଶାନ୍ତ ଗତ ରବିବାର ମୁମ୍ବାଇସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ।