ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ଖବର ସହି ପାରିଲେନି ଭାଉଜ, ମାନସିକ ଅବସାଦରେ ମୃତ୍ୟୁ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌। ତାଙ୍କ ହଠାତ୍‌ ମୃତ୍ୟୁରେ ପରିବାରବର୍ଗ ମଧ୍ୟ ହତବାକ୍‌ ହୋଇଯାଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଭାଉଜଙ୍କ ମୃତ୍ୟୁ ଘଟିଛି।
ସୁଶାନ୍ତ ସିଂ ରାଜପୁତ ବିହାରର ପୁର୍ନିଆ ଜିଲାର ମାଲଡିହା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଗାଁରେ ପହଞ୍ଚିବା ମାତ୍ରେ ତାଙ୍କ ସମ୍ପର୍କୀୟ ଭାଉଜ ସୁଧା ଦେବୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେ ମଧ୍ୟ ଡିପ୍ରେସନର ଶିକାର ହୋଇଥିଲେ। ସେ ଖାଇବା ପିଇବା ଛାଡି ଦେଇଥିଲେ। ସୋମବାର ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଉଥିବାବେଳେ ଭାଉଜଙ୍କ ମୃତ୍ୟୁ ଖବର ଆସିଥିଲା। ସୂଚନାଯୋଗ୍ୟ, ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରେ ରବିବାର ଆତ୍ମହତ୍ୟା କରିଥିଲେ। ଟେଲି ସିରିଏଲ୍‌ରୁ ବଲିଉଡ୍‌କୁ ଆସି ବେଶ ସଫଳ ହୋଇଥିବା ସୁଶାନ୍ତଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା। ଶେଷଥର ପାଇଁ ୨୦୧୯ରେ ତାଙ୍କୁ ‘ଛିଛୋରେ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଶ୍ରଦ୍ଧା କପୁରଙ୍କ ସହିତ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ମୁକେଶ ଛାବ୍ରାଙ୍କ ‘ଦିଲ ବେଚାରା’ ଫିଲ୍ମ ରିଲିଜ୍‌ ଅପେକ୍ଷାରେ ଥିଲା।

Share