ସୁଶାନ୍ତ ସିଂଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ କରି କହିଛନ୍ତି ସୁଶାନ୍ତଙ୍କ ଭଳି ଜଣେ ଯୁବ କଳାକାରଙ୍କ ଅସମୟରେ ପରଲୋକ ଦୁଃଖ ଦାୟକ। ଟେଲିଭିଜନ ଓ ସିନେମା ଜଗତରେ ଜଣେ ଆଗଧାଡିର କଳାକାର ଥିଲେ ସୁଶାନ୍ତ। ଅନେକଙ୍କ ପାଇଁ ସେ ପ୍ରେରଣା ଓ ଯିବାବେଳେ ସେ ପଛରେ ଅନେକ ଅଭୁଲା ପ୍ରଦର୍ଶନ ଛାଡି ଯାଇଛନ୍ତି। ତାଙ୍କ ପରିବାର ପ୍ରତି ମୋର ସମବେଦନା ବୋଲି ମୋଦି ଉଲ୍ଲେଖ କରିଛନ୍ତି।

Share