ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏହି ଅଭିନେତା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହେବା ଦୁଇମାସ ପୂରିସାରିଲାଣି। ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ବିଭିନ୍ନ ବର୍ଗରୁ ଦାବି ହୋଇ ଆସୁଛି। ସିବିଆଇ ଏବଂ ନେରୋକୋଟିକ୍‌ ଓ୍ବିଙ୍ଗ୍‌ ମଧ୍ୟ ଏହି ଘଟଣାରେ ନିୟୋଜିତ ହୋଇଛନ୍ତି। ଏବେ ଆଉ ଏକ ଖବର ଜାଣିବାକୁ ମିଳିଛି। ଭାଜପା ନେତା ତଥା ଅଭିନେତା ରବି କିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି।
ଏକ ସାକ୍ଷାତକାରେ ରବି କିଶନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା କହିଛନ୍ତି। ଏଥିରେ ସେ ଲେଖିଛନ୍ତି, ଆତ୍ମହତ୍ୟା ନୁହେଁ, ସୁଶାନ୍ତଙ୍କୁ ହତ୍ୟା କରାଯାଇଛି। କିଏ ସୁଶାନ୍ତଙ୍କୁ କାହିଁକି ହତ୍ୟା କଲା ଆଦି ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବା ଉଚିତ୍‌ ବୋଲି ସେ ଚିଠିରେ ଲେଖିଛନ୍ତି। ଏହା ପୂର୍ବରୁ ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ।

Share