Categories: ଗଞ୍ଜାମ

ସୁଶାନ୍ତ ହତ୍ୟା ଘଟଣା, ଆଉ ଜଣେ କୋର୍ଟଚାଲାଣ

ଗୋପାଳପୁର,୨୫ା୫- ଗୋପାଳପୁର ଥାନା ବଡ଼ଗୁମୁଳା ଗ୍ରାମରେ ଏପ୍ରିଲ ୨୦ ତାରିଖ ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୁଶାନ୍ତ ସାହୁଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୭ ଜଣଙ୍କୁ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶୁକ୍ରବାର ଭୋରରେ ଆଉ ଜଣଙ୍କୁ ଗିରଫ କରିଛି। ସେ ହେଲେ ସମୟ ରଣା। ତାଙ୍କୁ କୋର୍ଟଚାଲାଣ କରାଯାଇଛି। ସୁଶାନ୍ତ ହତ୍ୟାକାଣ୍ଡ ପରେ ଫେରାର୍‌ ଥିବା ସମୟଙ୍କୁ ଧରିବା ପୋଲିସ ଉଦ୍ୟମ ଜାରି ରଖିଥିଲା। ଶୁକ୍ରବାର ଭୋର ୪ଟାରେ ସେ ତାରାତାରିଣୀ ନିକଟରେ ଥିବା ଖବରପାଇ ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ଚଢ଼ାଉ କରି କାବୁ କରିଛନ୍ତି। ହତ୍ୟା ଘଟଣାରେ ଅନ୍ୟ କେହି ସାମିଲ ଥିଲେ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସୁଶାନ୍ତ ନିଜ ଘର ବାରଣ୍ଡାରେ ବସି ମୋବାଇଲରେ କ୍ରିକେଟ ମ୍ୟାଚ ଦେଖୁଥିବା ବେଳେ ଅଭିଯୁକ୍ତମାନେ ୩ଟି ବାଇକ୍‌ରେ ଆସି ବୋମାମାଡ଼ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ସଦର ଏସଡିପିଓ ଜୟନ୍ତ କୁମାର ମହାପାତ୍ରଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଜାରି
ରହିଥିବା କହିଛନ୍ତି।