Categories: ଜାତୀୟ

ସୁଶୀଲ ମୋଦିଙ୍କ ଅଜବ ଯୁକ୍ତି: ଶ୍ରାବଣ-ଭାଦ୍ରବ ମାସରେ ଦେଖାଦିଏ ଆର୍ଥିକ ମାନ୍ଦାବସ୍ଥା

ପାଟଣା,୨।୯: : ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଦେଶରେ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଅଜବ ମତ ଦେଇଛନ୍ତି। ସେ ଟୁଇଟରେ କହିଛନ୍ତି, ଶ୍ରାବଣ-ଭାଦ୍ରବ ମାସରେ ଦେଶରେ ମାନ୍ଦାବସ୍ଥା ଦେଖାଯାଇଥାଏ। ଏହି ଦୁଇମାସରେ ହିନ୍ଦୁ ଧର୍ମାବଲମ୍ବୀମାନେ କୌଣସି ନୂଆ କାମ ଆରମ୍ଭ କରି ନ ଥାନ୍ତି। ଏହାବ୍ୟତୀତ କୌଣସି ନୂଆ ସାମଗ୍ରୀ କିଣିବାକୁ ଏହି ମାସକୁ ସେମାନେ ଶୁଭ ବୋଲି ଭାବି ନ ଥାନ୍ତି। ଏଥିଯୋଗୁ ଆର୍ଥିକ ମାନ୍ଦାବସ୍ଥା ଦେଖାଯିବା ସ୍ବାଭାବିକ। ଏହାକୁ ରାଜନୀତିକରଣ କରିବା ଅନୁଚିତ୍‌। ଏହି ସ୍ଥିତିକୁ ମୁକୁଳିବା ଲାଗି କେନ୍ଦ୍ର ସରକାର ୩୨ସୂତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ପ୍ରଭାବରେ ଆସନ୍ତା ମାସରୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି ସେ କହିଛନ୍ତି।

Share