Categories: ଜାତୀୟ

ସୁଷମାଙ୍କୁ ଭାଜପା ଦେଲା ଅନ୍ତିମ ବିଦାୟ: ଦଳୀୟ ପତାକା ଢ଼ାଙ୍କିଲେ ଶାହ

ନୂଆଦିଲ୍ଲୀ,୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଭାଜପା କାର୍ଯ୍ୟାଳୟରେ ଅନ୍ତିମ ବିଦାୟ ଦିଆଯାଇଛି। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୁଷମାଙ୍କ ମରଶରୀର ଉପରେ ଦଳୀୟ ପତାକା ଢ଼ାଙ୍କିଛନ୍ତି। ଉପସ୍ଥିତ ସମସ୍ତ ଦଳୀୟ ସଦସ୍ୟ ସୁଷମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ପରିବାର ସଦସ୍ୟଙ୍କ ପକ୍ଷରୁ ସୁଷମାଙ୍କ ମରଶରୀରକୁ ଲାଲଯୋଡ଼ା ପରିଧାନ କରାଯାଇଥିବାବେଳେ ଶଙ୍ଖା, ସିନ୍ଦୂର, ଅଳତା ଆଦି ଲଗାଯାଇଥିଲା। ବୋହୂବେଶରେ ତାଙ୍କୁ ଦେଖି ସଭିଙ୍କ ଆଖିରୁ ଲୁହ ଝରୁଥିବାବେଳେ ସମଗ୍ର ପରିବେଶ ଶୋକାକୁଳ ହୋଇଉଠିଥିଲା।

Share