Categories: ଜାତୀୟ

ସୁଷମାଙ୍କ ଅନ୍ତିମ ଯାତ୍ରା ଆରମ୍ଭ, ରାଜନାଥ-ନଡ୍ଡା ଦେଲେ କାନ୍ଧ

ନୂଆଦିଲ୍ଲୀ, ୭।୮: ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ଭାଜପା କାର୍ଯ୍ୟାଳୟରୁ ତାଙ୍କ ମୃତ୍ୟୁ ଶରୀରକୁ ଅନ୍ତିମ ଯାତ୍ରାରେ ନିଆଯାଇଛି। ତାଙ୍କ ମୃତଦେହକୁ କାନ୍ଧ ଦେଇଛନ୍ତି ଭାଜପା ନେତା ରାଜନାଥ ସିଂ ଏବଂ ଜେପି ନଡ୍ଡା। ଲକ୍ଷାଧିକ ଲୋକ ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଛଡ଼୍‌ଥଇ ଲୋଧି ରୋଡରେ ଥିବା ଶବଗୃହରେ ତାଙ୍କ ଶେଷକୃତ ସମ୍ପନ୍ନ ହେବ। ସୂଚନାଯୋଗ୍ୟ,ମଙ୍ଗଳବାର ରାତିରେ ସୁଷମା ସ୍ବରାଜଙ୍କ ୬୭ବର୍ଷରେ ଦିଲ୍ଲୀ ଏମ୍ସଠାରେ ପରଲୋକ ଘଟିଥିଲା। ସୁଷମାଙ୍କ ମରଶରୀର ପ୍ରଥମେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ନିଆଯାଇଥିଲା। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଦେଶର ବିଭିନ୍ନ ନେତା ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ତାଙ୍କ ମରଶରୀର ଭାଜପା କାର୍ଯ୍ୟାଳୟକୁ ଅଣାଯାଇଥିଲା।

Share