ସୁଷମାଙ୍କ ବିୟୋଗକୁ ନେଇ ଶୋକରେ ବଲିଉଡ୍‌

ମୁମ୍ବାଇ: ପୁର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ତଥା ଭାରତୀୟ ରାଜନୀତିର ଜଣେ କିମ୍ବଦନ୍ତୀ ମହିଳା ନେତା ସୁଷମା ସ୍ବରାଜଙ୍କ ମୃତ୍ୟୁକୁ ନେଇ ଶୋକରେ ବଲିଉଡ୍‌। କଳାକାରମାନେ ସୋସିଆଲ ମିଡିଆରେ ଭାବବିହ୍ବଳ ପୋଷ୍ଟ ଲେଖି ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଅମିତାଭ ବଚ୍ଚନ ସୁଷମାଙ୍କ ସହ ନିଜର କିଛି ଫଟୋ ଶେୟାର କରି ସେ ଜଣେ ବିଚକ୍ଷଣ ନେତା, ଅଦ୍ଭୁତ ଭାଷାକାର ଥିଲେ ବୋଲି କହିବା ସହ ଆତ୍ମାର ଶାନ୍ତି ଲାଗି ପ୍ରାର୍ଥନା ବୋଲି କହିଛନ୍ତି। କଙ୍ଗନା ରାଣାଓ୍ବତ ସୁଷମା ଦେଶର ମହିଳା ସଶକ୍ତିକରଣର ଆଦର୍ଶ ଥିଲେ ବୋଲି କହିଥିଲେ। ପୁରା ଦେଶ ଏବେ ଶୋକରେ ବୋଲି ସେ ମଧ୍ୟ କହିଛନ୍ତି।  ସେହିଭଳି ଗାୟକ ଅଦନାମ୍‌ ସାମୀ, ନିର୍ଦ୍ଦେଶକ ସୁଭାଷ ଘାଇ, କୋକିଳ କଣ୍ଠି ଲତା ମଙ୍ଗେସକର,  ରନ୍‌ଦୀପ ହୁଡ଼୍ଡା, ହେମା ମାଳିନୀ, ସେଲିନା ଜେଟଲୀ, ଏକତା କପୁର, ଆୟୁଷ୍ମାନ ଖୁରାନ୍ନା, ସଞ୍ଜୟ ଦତ୍ତ ପ୍ରମୁଖ ସୁଷମାଙ୍କ ଉଦ୍ଦେଶ୍ୟରେ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

 

Share