ସୁଷମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୭।୮(ବ୍ୟୁରୋ) : ବରିଷ୍ଠ ଭାଜପା ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ରାତିରେ ହୃଦଘାତରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଷମାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍‌ କରି ନବୀନ ଲେଖିଛନ୍ତି, ସୁଷମା ଜଣେ ସମ୍ମାନନୀୟା, ସୁଦକ୍ଷା ନେତ୍ରୀ ଥିଲେ। ସମସ୍ତ ଭାରତୀୟଙ୍କ ସମସ୍ୟା ଦୂର କରିବାରେ ତାଙ୍କ ଦକ୍ଷତା ଅବିସ୍ମରଣୀୟ। ତାଙ୍କ ବିୟୋଗରେ ଭାରତୀୟ ରାଜନୀତିରେ ଅପୂରଣୀୟ କ୍ଷତି ହୋଇଛି ବୋଲି ନବୀନ କହିଛନ୍ତି।

Share