ସୁସ୍ଥ ଅଛନ୍ତି କରୋନା ଆକ୍ରାନ୍ତ ଡାକ୍ତର, ଗୁଜବରେ କରନ୍ତୁ ନାହିଁ ବିଶ୍ୱାସ

କଟକ ଅଫିସ,୨୮।୫- ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଡାକ୍ତରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ବର୍ତ୍ତମାନ ସେ କଟକ ସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଣୁ ଗୁଜବରେ ବିଶ୍ୱାସ କରି ଭୟଭୀତ ନ ହେବାକୁ କଟକ ମହାନଗର ନିଗମ ପକ୍ଷରୁ ଗୁରୁବାର କୁହାଯାଇଛି। କଟକ ସିଟି ହସ୍ପିଟାଲର ଶିଶୁ ରୋଗ ବିଭାଗର ଏହି ଡାକ୍ତର ମଙ୍ଗଳବାର କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିଲେ। ଅପରପକ୍ଷେ ତାଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ଜଣାପଡ଼ିଛି।

Share